ମାଲବାହୀ ହେଲା ମାଲବାହୀ ଟ୍ରେନ
ସୂଚନା ମୁତାବକ, ମାଲବାହୀ ଟ୍ରେନର ୧୬ଟି ବଗି ଲାଇନଚ୍ୟୁତ ହୋଇ ପରସ୍ପର ଉପରେ ଚଢ଼ି ଯାଇଛି…
ଭୋପାଳ: ମଧ୍ୟପ୍ରଦେଶର ଝାବୁଆରେ ଏଭଳି ଅଘଟଣ ଘଟିଛି । ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଏକ ମାଲବାହୀ ଟ୍ରେନର ୧୬ଟି ବଗି ଓଲଟି ପଡିଛି । ଫଳରେ ଅନେକ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଟ୍ରେନ ଦୁର୍ଘଟଣା ଯୋଗୁ ଅନେକ ଯାତ୍ରୀବାହୀ ଟ୍ରେନ ପ୍ରଭାବିତ ହୋଇଛି । ସେହିପରି କେକେତ ଟ୍ରେନର ଗତିକୁ ବଦଳାଇ ଦିଆଯିବା ସହ ଅନେକ ଟ୍ରେନ ବିଳମ୍ବରେ ଚାଲୁଛି । ସୂଚନା ମୁତାବକ, ମାଲବାହୀ ଟ୍ରେନର ୧୬ଟି ବଗି ଲାଇନଚ୍ୟୁତ ହୋଇ ପରସ୍ପର ଉପରେ ଚଢ଼ି ଯାଇଛି । ଘଟଣାସ୍ଥଳରେ ରତଲାମ ଡିଆରଏସ ଓ ରେଲୱେ ଅଧିକାରୀ ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦୁର୍ଘଟଣାଗ୍ରସ୍ତ ବଗି ଗୁଡିକୁ ଟ୍ରାକକୁ ହଟାଇବା କାମ ଜାରି ରଖିଛନ୍ତି । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି ।