୧୬ଟି ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବ୍ଲକ୍‌ କଲେ ସରକାର

ପ୍ରସାରଣ ମନ୍ତ୍ରଣାଳୟ ୧୬ଟି ୟୁଟ୍ୟୁବ୍‌ ଚ୍ୟାନେଲ ବ୍‌ଲୋକ…

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୧୬ଟି ୟୁଟ୍ୟୁବ୍‌ ଚ୍ୟାନେଲ ବ୍‌ଲୋକ କରିଦେଇଛି । ଭାରତର ରାଷ୍ଟ୍ରୀୟ ସୁରକ୍ଷା, ବିଦେଶୀ ସମ୍ବନ୍ଧ ଓ ସାର୍ବଜନିକ ବ୍ୟବସ୍ଥା ସମ୍ବୋଧିତ ଦୁଷ୍ପ୍ରଚାର ପ୍ରସାରଣ ଯୋଗୁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସେଥିମଧ୍ୟରୁ ୧୦ଟି ଭାରତରୁ ଓ ୬ଟି ପାକିସ୍ତାନରୁ ସଞ୍ଚାଳିତ ହେଉଥିଲା । ଭାରତ ସରକାର ଉକ୍ତ ୟୁଟ୍ୟୁବ୍‌ ଚ୍ୟାନେଲକୁ ଆଇଟି ନିୟମ ୨୦୨୧ ଅନ୍ତର୍ଗତ ଜରୁରୀକାଳୀନ ଶକ୍ତିକୁ ଉପଯୋଗ କରି ବ୍‌ଲୋକ କରିଛି । ଉକ୍ତ ଚ୍ୟାନେଲରେ ୬୮ କୋଟିରୁ ଅଧିକ ସବସ୍କ୍ରାଇବର ଥିବା ନେଇ ସୂଚନା ମିଳିଛି । ସୂଚନାଯୋଗ୍ୟ ଭାରତ ସରକାର ଏପ୍ରିଲ ୫ରେ ମଧ୍ୟ ୨୨ଟି ୟୁଟ୍ୟୁବ୍‌ ଚ୍ୟାନେଲ ବ୍‌ଲୋକ କରିଥିଲେଫ ଏଥିରେ ଦର୍ଶକଙ୍କ ସଂଖ୍ୟା ୨୬୦ କୋଟିରୁ ଉଦ୍ଧ୍ୱ ଥିଲା ।