ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି । ରୁଷ ମଧ୍ୟ ୟୁକ୍ରେନର ରାଜଧାନୀକୁ ଚାରି ପାଖରୁ ମାଡି ଚାଲିଛି । ଅନ୍ୟପଟେ ୟୁକ୍ରେନକୁ ଦୁନିଆରୁ କାହାରି ସମର୍ଥନ ମିଳିନାହିଁ । ଏନେଇ ଦୁଃଖ ପ୍ରକାଶ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି । ଏକ ସାକ୍ଷାତକାରରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନ ନିଜର ଅଖଣ୍ଡତା ଏବଂ ସାର୍ବଭୌମତାର ରକ୍ଷା କରିବାକୁ ପ୍ରୟାସ ଜାରି ରଖିବ ।
ଆମେ ଏକାକୀ ନିଜ ଦେଶର ରକ୍ଷା ପାଇଁ ଲଢୁଥିଲୁ । ସେହିପରି ସେ କହିଛନ୍ତି ଯେ, ଆମେ ଆକାଶ ଓ ଭୂମିରୁ ଦେଖି କହି ପାରୁଛୁ ଯେ ରୁଷ ଉପରେ ଲଗାଯାଇଥିବା କଟକଣା ପର୍ଯ୍ୟାପ୍ତ ନଥିଲା । ସୂଚନାଯୋଗ୍ୟ ଯେ, ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଆମେରିକା ସ୍ପଷ୍ଟ କରିଥିଲା ଆମେରିକା ସୈନିକଙ୍କୁ ୟୁକ୍ରେନ ପଠାଇବ ନାହିଁ । ସୂଚନାଯୋଗ୍ୟ ଯେ, ୟୁକ୍ରେନ ଉପରେ ରୁଷର ଘନ ଘନ ମିସାଇଲ ଆକ୍ରମଣ କରିଥିଲା ।