ଦୁଇମାସ ଧରି ‘ହର ଘର ଦସ୍ତକ’ ଅଭିଯାନ ଆରମ୍ଭ

ଆଜିଠାରୁ ସମଗ୍ର ଦେଶରେ ଦୁଇମାସ ବ୍ୟାପି ‘ହର ଘର ଦସ୍ତକ ୨.୦’ ଅଭିଯାନ ଆରମ୍ଭ…

ନୂଆଦିଲ୍ଲୀ : ଆଜିଠାରୁ ସମଗ୍ର ଦେଶରେ ଦୁଇମାସ ବ୍ୟାପି ‘ହର ଘର ଦସ୍ତକ ୨.୦’ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ କାଳରେ ଦେଶରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ । ଏହି କାର୍ଯ୍ୟକ୍ରମଟି ମିଶନ ମୋଡରେ କାର୍ଯ୍ୟକାରୀ ହେଉଥିବାରୁ ଏଥିରେ ସବୁ ଯୋଗ୍ୟ ବ୍ୟକ୍ତିବିଶେଷଙ୍କୁ କୋଭିଡ ଟିକା ପ୍ରଦାନ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । ଏଥିରେ ହର ଘର ଦସ୍ତଖତ ଅଭିଯାନର ପ୍ରଥମ ସଂସ୍କରଣର ଅଭିଜ୍ଞତା ଓ ଅନୁଭୂତିକୁ କାର୍ଯ୍ୟରେ ଲଗାଇ ଏହାର ଦ୍ୱିତୀୟ ସଂସ୍କରଣକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟକାରୀ କରି ଲକ୍ଷ୍ୟପୂରଣ କରିବାକୁ ସେ ତାଙ୍କ ଚିଠି ପ୍ରାଦେଶିକ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି ।