ଦିନିକିଆ କମାଣ୍ଡ ସମ୍ଭାଳିବେ ହିଟ୍‌ ମ୍ୟାନ

ନୂଆଦିଲ୍ଲୀ : ଭାରତୀୟ ଦଳର ଷ୍ଟାର ଓପନର ହିଟ୍‌ ମ୍ୟାନ ରୋହିତ ଶର୍ମାଙ୍କୁ ମିଳିଛି ନୂଆ ଦାୟିତ୍ୱ । ଟି-୨୦ ପରେ ଏବେ ରୋହିତଙ୍କୁ ଭାରତୀୟ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ସେହିପରି ବିରାଟ କୋହଲିଙ୍କଠୁ ଦିନିକିଆ ଦଳର ଅଧିନାୟକ ଦାୟିତ୍ୱ ପ୍ରତ୍ୟାହାର କରାଯାଇଛି । ଏନେଇ ଜାତୀୟ ଚୟନକର୍ତ୍ତା କମିଟି ଏହି ସୂଚନା ଦେଇଛନ୍ତି । ବିରାଟଙ୍କୁ କେବଳ ଟେଷ୍ଟ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ୩-୦ରେ ବିଜୟୀ ହୋଇଥିଲା । ଏହା ପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଟି-୨୦ ବିଶ୍ୱ କପରେ ନୈରାଶ୍ୟଜନକ ପ୍ରଦର୍ଶନ କରି ସେମି ଫାଇନାଲ୍‌ରେ ପହଞ୍ଚି ପାରିନଥିଲା । ବିରାଟ କୋହଲିଙ୍କୁ କେବଳ ଟେଷ୍ଟ ଅଧିନାୟକ ଦାୟିତ୍ୱ ଦେବା ଏବଂ ସୀମିତ ଓଭର କ୍ରିକେଟ୍‌ରେ ରୋହିତଙ୍କୁ ଦଳର ଅଧିନାୟକ କରାଯିବା ନେଇ ଦାବି ଜୋର ଧରିଥିଲା । ଅନ୍ୟପକ୍ଷରେ ବିିସିସିଆଇ ରୋହିତ ଶର୍ମାଙ୍କୁ ଟି-୨୦ ସହ ଦିନିକିଆ ଦଳର ଅଧିନାୟକ ନିଯୁକ୍ତି କରିବାର ଯୋଜନା ଥିଲା । ବହୁ ଆଲୋଚନା ପରେ ବିସିସିଆଇ ରୋହିତ ଶର୍ମାଙ୍କୁ ଟି-୨୦ ପରେ ଦିନିକିଆ ଦଳର ଅଧିନାୟକ ଦାୟିତ୍ୱ ଦେଇଛି । ଏବେ ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଦଳର ନେତୃତ୍ୱ ନେବେ । ଜାନୁଆରୀ ୧୯ରୁ ଏହି ମ୍ୟାଚ୍‌ ଖେଳାଯିବ ।