ବିସ୍ଫୋରଣରେ ଘର ଭୁଶୁଡିଲା:୬ ମୃତ

ବିହାର ଛାପରା ଜିଲ୍ଲାରେ ଏକ ବଡ ବିସ୍ଫୋରଣ ଘଟି…

ପାଟନା : ବିହାର ଛାପରା ଜିଲ୍ଲାରେ ଏକ ବଡ ବିସ୍ଫୋରଣ ଘଟି ଏକ ଘର ଭୁଶୁଡି ପଡିବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଘରର ଭଗ୍ନାବଶେଷ ତଳୁ କିଛି ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବିସ୍ଫୋରଣର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିିନାହିଁ । ଘରେ କୌଣସି ବିସ୍ଫୋଟକ ସାମଗ୍ରୀ ରଖାଯାଇଥିବା କାରଣରୁ ଏପରି ହୋଇଥିବା ସନ୍ଦେହରେ ଫରେନ୍ସିକ ଟିମ ଓ ବମ ଡିସ୍ପୋଜାଲ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏପରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।