ଦୁବାଇ : ଦିନିକିଆ ବିଶ୍ୱକପ ନେଇ ଆଇସିସିର ଏକ ବଡ ନିଷ୍ପତ୍ତି ନେଇଛି । ୨୦୨୭ରେ ହେବାକୁ ଥିବା ବିଶ୍ୱକପ୍ରେ ୧୦ ବଦଳରେ ୧୪ଟି ଦଳ ମଧ୍ୟରେ ଲଢେଇ ହେବ । ୧୦ଟି ଦଳ ରାଙ୍କିଙ୍ଗ୍ ହିସାବରେ ଯୋଗ୍ୟତା ଅର୍ଜନ କରିବେ ଏବଂ ବାକି ୪ ଅନ୍ୟ ଦଳ କ୍ୱାଲିଫାୟ ଆଧାରରେ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିବେ । ୨୦୨୩ ବିଶ୍ୱକପ ୧୦ଟି ଦଳକୁ ନେଇ ଆୟୋଜନ ହେଉଥିବା ବେଳେ ଛୋଟ ଛୋଟ ଦେଶଗୁଡିକୁ ବଡ ଇଭେଣ୍ଟରେ ଯୋଡିବା ପାଇଁ ଆଇସିସି ଏହି ନିଷ୍ପତ୍ତି ନେଇଛି । ୨୦୨୩ ବିଶ୍ୱ କପ୍ ପାଇଁ ଆଇସିସି ୧୩ଟି ଦଳ ମଧ୍ୟରେ ସୁପର ଲିଗ୍ ଆରମ୍ଭ କରିଥିଲା । ଏଥିରେ ୧୨ ପୂର୍ଣ୍ଣ ସଦସ୍ୟଙ୍କ ବ୍ୟତୀତ ନେଦରଲାଣ୍ଡଙ୍କୁ ସୁଯୋଗ ଦିଆଯାଇଛି । ପ୍ରତିଟି ଦଳ ୮ ସିରିଜ୍ ଖେଳିବେ । ୪ଟି ସିରିଜ୍ ଘରୋଇ ଗ୍ରାଉଣ୍ଡ ଏବଂ ୪ ବିଦେଶରେ ଖେଳିବେ । ମାତ୍ର ଏହି ନିୟମ ଶେଷ କରାଯାଇ ୨୦୨୭ରେ ଦଳ ସଂଖ୍ୟା ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।