ମଂଚ ଉପରେ ଟଳିପଡ଼ିଲେ ଆଇଆଇଟି ପ୍ରଫେସର

କାନପୁର: ସୁସ୍ଥ ରହିବ କିପରି? ତା’ରି ଉପରେ ଦୁଇପଦ କହୁଥିବା ସମୟରେ ମଂଚ ଉପରେ ଟଳିପଡ଼ିଲେ ଆଇଆଇଟି ପ୍ରଫେସର ସମୀର ଖଣ୍ଡେକାର । ଆଇଆଇଟି କାନପୁର ସମାବର୍ତନ ସମାରୋହରେ ଏଭଳି ଘଟଣା ଘଟିଥିଲା । ଉପସ୍ଥିତ ଛାତ୍ର ଓ ପ୍ରଫେସରମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ । ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ ।

ସୂଚନା ମୁତାବକ ହୃତଘାତ ଶିକାର ହୋଇ ପ୍ରଫେସର ଖଣ୍ଡେକାର ପ୍ରାଣ ହରାଇଥିଲେ ।  ତାଙ୍କର ଆକସ୍ମକ ବିୟୋଗରେ ସମାରୋହଟି ଫିକା ପଡ଼ିଯାଇଥିଲା । କାହା ମନରେ ନଥିଲା ହସଖୁସି । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ: ଅନ୍ୟମାନଙ୍କୁ ସ୍ୱାସ୍ଥ୍ୟ ଉପଦେଶ ଦେଉଦେଉ ଚାଲିଗଲେ ଖଣ୍ଡେକାର ।