କୋଭିଡ ପରିଚାଳନାରେ ଭାରତ ସରକାରଙ୍କୁ ଆଇଏମଏଫର ପ୍ରଶଂସା

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ) ପ୍ରଶଂସା କରିଛନ୍ତି । କୋଭିଡ ପରିଚାଳନାରେ ଭାରତ ସରକାର ନେଇଥିବା ପଦକ୍ଷେପକୁ ଆଇଏମଏଫ ଉଚ୍ଚ ପ୍ରଶଂସା କରିଛନ୍ତି । ରିପୋର୍ଟ ଅନୁଯାୟୀ ପିଏମଜିକେଏୱାଇ ଦେଶରେ କରୋନା କାଳରେ ଦାରିଦ୍ରତା ବୃଦ୍ଧି ନିୟନ୍ତ୍ରଣରେ ବେଶ ସହାୟକ ହୋଇଥିବା କହିଛନ୍ତି । ସୂଚନା ଅନୁସାରେ ଭାରତର ଦାରିଦ୍ରତା ହାର ୨୦୧୯ରେ ୧ ପ୍ରତିଶତ ଥିଲା ଯାହା ୨୦୨୦ରେ ମଧ୍ୟ ସେହି ସ୍ଥରରେ ସ୍ଥିର ରହିଛି । ଭାରତ ସରକାର କରୋନା ଲକଡାଉନ କାଳରେ ହାତକୁ ନେଇଥିବା ପିଏମଜିକେୱାଇ ଦେଶର ଦାରିଦ୍ରତା ନିୟନ୍ତ୍ରଣରେ ଏକ ସଫଳ ଯୋଜନା ବୋଲି କହିଛନ୍ତି ଆଇଏମଏଫ ।

ସେହିପରି ପିଏମଜିକେୱାଇ ଦେଶରେ ଅତ୍ୟାଧିକ ଦାରିଦ୍ରତାକୁ ନିୟନ୍ତ୍ରିତ କରିବାରେ ସଫଳ ହେବା ସହ କୋଭିଡ ଯୋଗୁ ସମାଜର ଏହି ସ୍ତରରେ ଥିବା ଲୋକେ ଆୟ ହ୍ରାସ ଯୋଗୁ ଉପୁଜିଥିବା ପରିସ୍ଥିତିର ମୁକାବିଲା ଲାଗି ମଧ୍ୟ ସାମର୍ଥ୍ୟ ଭରିଦେଇଛି । ସୂଚନାଯୋଗ୍ୟ ଯେ, ସରକାର ମାର୍ଚ୍ଚ ୨୦୨୦ରେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନ୍ତର୍ଗତ ୮୦ କୋଟି ହିତାଧିକାରୀଙ୍କ ମାଗଣା ଖାଦ୍ୟ ସୁରକ୍ଷା ଯୋଜନା ଲାଗି ଘୋଷଣା କରିଥିଲେ ।