କୋଭିଡ ଲାଗି ବଦଳିଲା ଭାରତ-ୱେଷ୍ଟଇଣ୍ଡିଜ ସିରିଜ୍‌

ନୂଆଦିଲ୍ଲୀ : ବଦଳିଲା ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ଓ ଟି-୨୦ ସିରିଜର କ୍ରୀଡାସୂଚୀ । ଏ ନେଇ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଘୋଷଣା କରିଛି । ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ତିନୋଟି ଦିନିକିଆ ଓ ଉଭୟ ସଂଖ୍ୟକ ଟି-୨୦ ସିରିଜ ଖେଳାଯିବାର ଅଛି । ପୂର୍ବରୁ ଏହି ସିରିଜ ପାଇଁ ଛଅଟି ସହର ଚୟନ କରାଯାଇଥିଲା । ତେବେ କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ବିସିସିଆଇ ଏହି ସୂଚୀର ପରିବର୍ତ୍ତନ କରିଛି ।

ଏବେ ଦିନିକିଆ ଏବଂ ଟି-୨୦ ସିରିଜ୍‌ ମାତ୍ର ଦୁଇଟି ସହରରେ ଆୟୋଜନ ହେବ । ସୂଚନା ଅନୁଯାୟୀ ଅନୁଯାୟୀ, ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ୍‌ ଅହମ୍ମଦାବାଦରେ ଓ ଟି-୨୦ ସିରିଜ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ।