ଏଲଏସି ସୁରକ୍ଷା ଲାଗି ଭାରତୀୟ ସେନାର ସ୍ୱତନ୍ତ୍ର ରଣନୀତି

ନୂଆଦିଲ୍ଲୀ : ଚୀନ ଓ ପାକିସ୍ତାନ ପଟୁ ପ୍ରତି ବିପଦ ବଢୁଥିବାରୁ ଭାରତୀୟ ସେନାକୁ ଆଧୁନିକ ଓ ସକ୍ଷମ କରିବାକୁ ପଦକ୍ଷେପ ନିଆଯାଉଛି । ସୂଚନା ଅନୁସାରେ ସୀମା ନିକଟରେ ଚାଲିଥିବା କାର୍ଯ୍ୟକଳାପ ଉପରେ ତୀକ୍ଷଣ ଦୃଷ୍ଟି ରଖିବାକୁ ସେନା ତିନୋଟି ଇଣ୍ଟିଗ୍ରେଟେଡ୍‌ ଆଭିଏସନ ବ୍ରିଗେଡ୍‌ ସ୍ଥାପନ କରିଛି । ପୂର୍ବାଞ୍ଚଳ, ପଶ୍ଚିମାଞ୍ଚଳ ଓ ଉତ୍ତରାଞ୍ଚଳ କମାଣ୍ଡରେ ଏହି ଆଭିଏସନ କୋରଗୁଡ଼ିକ ସ୍ଥାପନ କରାଯାଇଛି ।

ସୀମା ଓ ଏଲଏସି ନିକଟରେ ସେନାର କାର୍ଯ୍ୟଦକ୍ଷତାକୁ ଆହୁରି ସଂଗଠିତ କରିବା । ସେନା ପାଖରେ ଥିବା ଡ୍ରୋନ, ୟୁଏଭି ଓ ହେଲିକପ୍ଟରଗୁଡ଼ିକୁ ବ୍ରିଗେଡ୍‌ ଅଧିନରେ ରଖାଯିବ । ଆଭିଏସନ ବ୍ରିଗେଟ୍‌ ସେନାର ଗ୍ରାଉଣ୍ଡ ୟୁନିଟ ସହ ସଂପର୍କ ରଖି କାର୍ଯ୍ୟକରିବ । ଏହା ଫଳରେ ସେନା ଉଭୟ ଭୂମି ଓ ଆକାଶମାର୍ଗରୁ ମିଳିତଭାବେ ଏଲଏସିର ସୁରକ୍ଷା କରିପାରିବ ।