ନୂଆଦିଲ୍ଲୀ: ବିସିସିଆଇ ୨୦୨୨ ଆଇସିସି ମହିଳା ବିଶ୍ୱକପ୍ ପାଇଁ ୧୫ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ବିସିସିଆଇ ଦ୍ୱାରା ଘୋଷଣା ଅନୁସାରେ ବିଶ୍ୱକପରେ ମିତାଲି ରାଜ ଭାରତୀୟ ଦଳର ଅଧିନାୟିକା ଓ ହର୍ମନପ୍ରୀତ କୌର ଉପଅଧିନାୟିକା ଦାୟିତ୍ୱ ନିଯୁକ୍ତି ଦିଆଯାଇଛି । ନିଉଜିଲାଣ୍ଡ୍ ଗସ୍ତ ଲାଗି ଅଲ ଇଣ୍ଡିଆ ମହିଳା ସିନିୟର ସିଲେକ୍ସନ କମିଟି ସୋପିସ୍ ଇଭେଣ୍ଟ ଖେଳାଳିଙ୍କୁ ଚୟନ କରାଯାଇଛି ବୋଳି ବିସିସିଆଇ କହିଛି ।
ଚୟନ ହୋଇଥିବା ଖେଳାଳିମାନେ ହେଉଛନ୍ତି, ମିତାଲି ରାଜ (ଅଧିନାୟିକା), ହରମନପ୍ରୀତ କୌର (ଉପ-ଅଧିନାୟିକା), ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ଯଷ୍ଟିକା ଭାଟିଆ, ଦୀପ୍ତି ଶର୍ମା, ରିଚା ଘୋଷ, ସ୍ନେହ ରାଣା, ଝୁଲଣ ଗୋସ୍ୱାମୀ, ପୂଜା ବସ୍ତ୍ରକାର, ମେଘନା ସିଂହ, ରେଣୁକା ସିଂହ ଠାକୁର, ତାନିୟା ଭାଟିଆ (ୱିକେଟ୍ କିପର), ରାଜେଶ୍ୱରୀ ଗାଏକ୍ୱାର୍ଡ, ପୂନମ ଯାଦବ ଓ ଅତିରିକ୍ତ ଖେଳାଳି ଭାବେ ଏସ୍. ମେଘନା, ଏକତା ବିସ୍ତ୍ ଓ ସିମରନ ଦିଲ ବାହାଦୁରଙ୍କୁ ସାମିଲ କରାଯାଇଛି ।