ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ଦୁଇ ନୂଆ ମୁହଁ ସାମିଲ ହୋଇଛନ୍ତି । ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଶାହରୁଖ ଖାନ ଏବଂ ବାମହାତୀ ସ୍ପିନର ରବି ଶ୍ରୀନିବାସ ସାଇ କିଶୋରଙ୍କୁ ରିଜର୍ଭ ଖେଳାଳି ଭାବେ ଭାରତୀୟ ଦଳରେ ସାମିଲ୍ କରାଯାଇଛି । ଶାହରୁଖ ଓ ସାଇ ଘରୋଇ ଟୁର୍ଣ୍ଣାମେଣ୍ଟରେ ତାମିଲନାଡୁର ସଫଳତାରେ ବଡ ଭୂମିକା ଗ୍ରହଣ କରିଥିଲେ ।
ସୂଚନା ଅନୁଯାୟୀ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ଖେଳାଳିଙ୍କୁ ପ୍ରତିଶେଷଧ ମୂଲକ ଭାବେ ଦଳରେ ସାମିଲ୍ କରାଯାଇଛି । ଯଦି କେହି ଦଳରେ କୋଭିଡ୍ ସଂକ୍ରମଣ ଚିହ୍ନଟ ହୁଅନ୍ତି ତେବେ ଏହି ଦୁଇ ଖେଳାଳି ଦଳ ପାଇଁ ବିକଳ୍ପ ହୋଇପାରିବ । ଏ ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ଆସନ୍ତା ମାସରେ ଭାରତୀୟ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ଓ ଟି-୨୦ ସିରିଜ୍ ଖେଳାଯିବ ।