ନୂଆଦିଲ୍ଲୀ : ନିମନ୍ତ୍ରଣ ରକ୍ଷା କରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟ ଆସନ୍ତା ଏପ୍ରିଲ ୨ରେ ଭାରତ ଗସ୍ତରେ ଆସିବେ । ଉଭୟ ଦେଶ ମଧ୍ୟରେ ପ୍ରଯୁକ୍ତିବିଦ୍ୟା ଓ ସାଇବର ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନ ବାବଦରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଏନେଇ ବେନେଟ କହିଛନ୍ତି ଯେ ରାଜନୈତିକ ସମ୍ପର୍କ ପ୍ରତିଷ୍ଠାର ୩୦ ବର୍ଷ ପୂର୍ତ୍ତି ଅବସରରେ ସେ ଭାରତ ଗସ୍ତ କରିବେ ।
ଭାରତ ଓ ଇସ୍ରାଲ ମଧ୍ୟରେ ଦୃଢ ସମ୍ପର୍କ ରହିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା କହିଛନ୍ତି ଯେ ବେନେଟ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ ରକ୍ଷା କରି ଭାରତ ଗସ୍ତକରିବେ । ତେବେ ଉଭୟ ନେତା ଗତବର୍ଷ ଗ୍ଲାସଗୋରେ ଅନୁଷ୍ଠିତ କୋପ୍-୨୬ରେ ସାକ୍ଷାତ କରିଥିଲେ । ସେବେ ମୋଦୀ ବେନେଟଙ୍କୁ ଆମନ୍ତ୍ରିତ କରିଥିଲେ ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ଭାରତ ଗସ୍ତ କରିବେ । ଏଥିପାଇଁ ସେ ଖୁବ୍ ଖୁସି ଅଛନ୍ତି । ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଅଧିକ ମଜବୁତ କରିବେ । ମାଦୀ ଉଭୟ ଦେଶର ସମ୍ପର୍କକୁ ପୁନଃ ପ୍ରତିଷ୍ଠା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଭାରତୀୟ ଓ ଇହୁଦୀ ସଂସ୍କୃତି ମଧ୍ୟରେ ଗଭୀର ସମ୍ପର୍କ ଥିବା ସେ କହିଛନ୍ତି ।