ପ୍ରଧାନମନ୍ତ୍ରୀଙ୍କ ଲାଗି ୨୩ କୋଟି ଟଙ୍କା ଖର୍ଚ୍ଚ କରିବେ ମଧ୍ୟପ୍ରଦେଶ ସରକାର

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୪ଘଣ୍ଟିଆ ଗସ୍ତ ଲାଗି ୨୩ କୋଟି ଟଙ୍କା ଖର୍ଚ୍ଚ କରିବେ ମଧ୍ୟପ୍ରଦେଶ ସରକାର । ଆସନ୍ତା ନଭେମ୍ବର ୧୫ରେ ଜନଜାତୀୟ ଗøରବ ଦିବସ କାର୍ଯ୍ୟକ୍ରମ ଉଦବୋଧନ ଏବଂ ଏକ ରେଳ ଷ୍ଟେସନର ଉଦଘାଟନ କରିବେ ବୋଲି ଜଣାପଡିଛି । ସେହିଦିନ ବିର୍ସା ମୁଣ୍ଡାଙ୍କ ସ୍ମୃତିରେ ଜନଜାତୀୟ ଗୌରବ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ଉଦବୋଧନ ଦେବା ସହ ଦେଶର ପ୍ରଥମ ସରକାରୀ-ଘରୋଇ ଭାଗିଦାରୀରେ ନିର୍ମିତ ହବିଗଞ୍ଜ ରେଳ ଷ୍ଟେସନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ବିର୍ସା ମୁଣ୍ଡା ଏବଂ ଅନ୍ୟାନ୍ୟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ଦେଶବ୍ୟାପୀ ଆସନ୍ତା ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ଦିବସ ପାଳନ କରିବା ଲାଗି କେନ୍ଦ୍ର କ୍ୟାବିନେଟରେ ସ୍ଥିର ହୋଇଛି । ଏହି ଉତ୍ସବ ଲାଗି ପ୍ରାୟ ୨ ଲକ୍ଷ ଜନଜାତି ସମବେତ ହେବେ ।