ଖୋଲିଲା ମୁଗଲ ଗାର୍ଡେନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ ଅନ୍ତର୍ଗତ ପୁଷ୍ପ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ଏହା ଆସନ୍ତା ମାର୍ଚ୍ଚ ୧୬ ତାରିଖ ଯାଏଁ ଖୋଲା ରହିବ । ତେବେ ସବୁଠୁ ବଡ କଥା ହେଉଛି ଏଥିରେ କେବଳ ଅନଲାଇନରେ ଟିକେଟ ବୁକିଂ କରିବାକୁ କୁହାଯାଇଛି । ସେହିପରି ୧୧ ପ୍ରକାରର ଟୁଲିପ ଚଳିତବର୍ଷର ମୁଖ୍ୟ ଆକର୍ଷଣ ହେବ । ଅନ୍ୟପକ୍ଷରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାର୍ଷିକ ଉଦ୍ୟାନୋତ୍ସବକୁ ଉଦଘାଟନ କରିଥିଲେ । ସର୍ବସାଧାରଣଙ୍କ ପାଇଁ ସକାଳ ୧୦ରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ଉଦ୍ୟାନ ।

ପ୍ରତ୍ୟେକ ସ୍ଲଟରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିବା ସହ ସାଙ୍ଗରେ ମୋବାଇଲ ନେବା ଲାଗି ଅନୁମତି ଦିଆଯିବ । ତେବେ କ୍ୟାମେରା, ରେଡିଓ, ଟ୍ରାଞ୍ଜିଷ୍ଟର, ବ୍ୟାଗ, ପାଣି ବୋତଲକୁ ନିଷିଦ୍ଧ କରାଯାଇଛି । ସେହିପରି କୋଭିଡ କଟକଣା କଡା କଡି ପାଳନ କରାଯିବ । ସେହିପରି ଥର୍ମାଲ ସ୍କ୍ରିନିଂ ପରେ ଦର୍ଶକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଏହି ମୁଗଲ ଗାର୍ଡେନରେ ୧୫୯ ପ୍ରକାର ଗୋଲାପ ଫୁଲ ଗଛ ରହିଛି ।