ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଲଢେଇ ଫଳରେ ଅନେକ କ୍ଷୟକ୍ଷତି ହେବା ଧନଜୀବନ ନଷ୍ଟ ହୋଇଛି । ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ୨୪ରେ ୟୁକ୍ରେନ ଉପରେ ରୁଷର ଜୋରଦାର ଆକ୍ରମଣ କରିବା ଫଳରେ ୟୁକ୍ରେନର ଅନେକ ବଡ ବଡ ସହର ଓ ଐତିହ୍ୟସ୍ଥଳୀ ଧ୍ୱଂସ ବିଧ୍ୱସ୍ତରେ ପରିଣତ ହୋଇଛି । ରୁଷର ଏହି ଆକ୍ରମଣ ପରେ ୟୁକ୍ରେନରୁ ପ୍ରାୟ ୫୦ ଲକ୍ଷ ଲୋକ ଦେଶ ଛାଡ଼ିଥିବା ବେଳେ ୧ କୋଟି ଲୋକ ଦେଶ ମଧ୍ୟରେ ବିସ୍ଥାପିତ ହୋଇଛନ୍ତି ।
ସୂଚନାଯୋଗ୍ୟ, ଏକ ରିପୋର୍ଟ ମୁତାବକ ରୁଷର ଆକ୍ରମଣ ଯୋଗୁ ୪.୭ ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ବରବାଦ ହେବା ସହ ୨.୨ ଲକ୍ଷ କୋଟି ଟଙ୍କାର ଘର ସମ୍ପୁର୍ଣ୍ଣ ନଷ୍ଟ ହୋଇଛି । ତେବେ ଏସବୁକୁ ପୁଣିଥରେ ସଜାଡିବା ପାଇଁ ୩୮ ଲକ୍ଷ କୋଟି ଟଙ୍କା ଆବଶ୍ୟକ ହେବ ।
ଅନ୍ୟପକ୍ଷରେ ଦେଶର ଜିଡିପିରେ ୪୫% ହ୍ରାସ ହୋଇପାରେ । ୟୁକ୍ରେନର ପାଖାପାଖି ୨୯ ପ୍ରତିଶତ ଅଞ୍ଚଳ ଏହି ଯୁଦ୍ଧ ଯୋଗୁ ପ୍ରଭାବିତ ହେବା ସହ ୩୦ ପ୍ରତିଶତ କମ୍ପାନି ବନ୍ଦ ହୋଇଯାଇଛି । ସେହିପରି ବିଶ୍ୱ ଐତିହ୍ୟରେ ସ୍ଥାନ ପାଇଥିବା ୧୦୦ ପର୍ଯ୍ୟଟନ କେନ୍ଦ୍ର ପ୍ରଭାବିତ ହୋଇଥିବା ଜଣାପଡିଛି ।