ଦେଶରେ ଦୈନିକ ସଂକ୍ରମଣ ଅଢେଇଲକ୍ଷ ପାର

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କୋଭିଡର କ୍ରେଜ ଚାଲିଛି । ସେହିପରି ଦ୍ରୁତି ଗତିରେ ବଢିବାରେ ଲାଗିଛି । ଅନ୍ୟପକ୍ଷରେ ଭାରତରେ ମଧ୍ୟ କୋଭିଡ-୧୯ର ବିସ୍ଫୋରଣ ସୃଷ୍ଟି ହୋଇଛି । ଦେଶରେ ୨୪ ଘଣ୍ଟା ଭିତରେ ୨,୬୪,୨୦୨ କୋଭିଡ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ସୂଚନା ଦେଇଛି । ସେହିପରି ଗତ ୨୪ ଘଣ୍ଟାରେ ୩୧୫ ମୃତ୍ୟୁ ହୋଇଛି । ସେହିପରି ଦେଶରେ ଓମିକ୍ରନ ସଂକ୍ରମଣ ସଂଖ୍ୟା ମଧ୍ୟ ୫ ହଜାର ପାର କରିଛି ।