ନୂଆଦିଲ୍ଲୀ : ଭାରତରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି କୋଭିଡ ମାମଲା । ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସବୁ ରାଜ୍ୟ ସରକାରଙ୍କୁ ପତ୍ର ଲେଖି କହିଛନ୍ତି ଯେ ଦ୍ୱିତୀୟ ଲହରରେ ୨୦ରୁ୨୩ ପ୍ରତିଶତ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଥିଲେ । ତେବେ ଏହି ଲହରରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢିପାରେ । ଓମିକ୍ରନ ସହ ଡେଲ୍ଟା ପ୍ରଜାତିର ଯାଗୁଁ ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ସଂକ୍ରମଣ ବଢୁଥିବାରୁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା, ଅକ୍ସିଜେନ ଏବଂ ଆଇସିୟୁ ବେଡ ସଂଖ୍ୟା, ଭେଣ୍ଟିଲେଟର ସପୋର୍ଟ ଆଦି ଉପରେ କଡା ନଜର ରଖନ୍ତୁ ।
ସେହିପରି ଦିଲ୍ଲୀ, ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟଗୁଡିକ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସେ କହିଛନ୍ତି । ସେହିପରି ପରିସ୍ଥିତିର ମୁକାବିଲା ଲାଗି ପର୍ଯ୍ୟାପ୍ତ ଭିତ୍ତିଭୂମି ସହିତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରସ୍ତୁତ ରଖିବାକୁ କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ୍ସ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।