ୟୁକ୍ରେନକୁ ଯିଏ ଭାଙ୍ଗିଛି ସେ ହିଁ ଅର୍ଥ ଦେବ: ଜେଲେନସ୍କି

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ମଧ୍ୟରେ ଲଢେଇ ଜାରି ରହିଛି । ୟୁକ୍ରେନ ଉପରେ ରୁଷର ଘନ ଘନ ମିସାଇଲ ମାଡରେ ଅନେକ ସହର ଛାରଖାର ହୋଇଗଲାଣି । ଅନ୍ୟପକ୍ଷରେ ରୁଷ ଏହି ଆକ୍ରମଣ ନେଇ ଅନେକ ଦେଶ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ସମାଲୋଚନା କରିବା ସହ ଅନେକ ଦେଶ ନିନ୍ଦା ମଧ୍ୟ କରୁଛନ୍ତି । ଅନ୍ୟପକ୍ଷରେ ୟୁକ୍ରେନର ଅନେକ ସହର ଛାରଖାର ହୋଇଥିଲେ ସୁଦ୍ଧା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ମୁଣ୍ଡ ନୁଆଁଇବାକୁ ରାଜି ନାହାନ୍ତି । ସେହିପରି ଏତେ ସବୁ କ୍ଷତି ପରେ ମଧ୍ୟରେ ଜେଲେନସ୍କି ରୁଷ ସେନାକୁ ଚେତାବନୀ ଦେଇ ଚାଲିଛନ୍ତି ।

ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଯୁଦ୍ଧ ପରେ ୟୁକ୍ରେନକୁ ନୂଆକରି ଗଢିବାକୁ ଶପଥ ନେଇଛନ୍ତି । ସେ କହିଛନ୍ତି ଯେ, ଯେଉଁଭଳି ଭାବେ ସେ ୟୁକ୍ରେନକୁ ଭାଙ୍ଗି ଚାଲିଛି ସେଭଳି ଭାବେ ଏହାକୁ ଗଢିବାରେ ସାହାଯ୍ୟ କରିବ ରୁଷ । ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଦୁଇଟି ବିଶ୍ୱଯୁଦ୍ଧ ତିନୋଟି ଦୁର୍ଭିକ୍ଷ ଭଳି ଅନେକ ସମସ୍ୟାର ସାମ୍ନା କରିଛୁ । ରୁଷ ୟୁକ୍ରେନକୁ ଅନେକ ଥର ବିନାଶ କରିବାକୁ ଚାହିଁଛି, କିନ୍ତୁ ତାହା କରିପାରିନାହିଁ । ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ଯେ, ଆମେ ଶେଷ ପର୍ଯ୍ୟନ୍ତ ଲଢିବୁ ।