ମଣିଷ ଦେହରେ ଘୁଷୁରି ହୃତ୍‌ପିଣ୍ଡ

ୱାଶିଂଟନ: ପ୍ରଥମଥର ପାଇଁ ମେରିଲାଣ୍ଡର ଏକ ହସ୍ପିଟାଲରେ ଡାକ୍ତରମାନେ ଜଣେ ମଣିଷ ଶରୀରରେ ଘୁଷୁରି ହୃତପିଣ୍ଡ ପ୍ରତିରୋପଣ କରିଛନ୍ତି । ୟୁନିଭର୍ସିଟି ଅଫ୍‌ ମେରିଲାଣ୍ଡ ମେଡିକାଲ ସେଣ୍ଟରର ଡାକ୍ତରମାନେ କହିଛନ୍ତି ଯେ ଉକ୍ତ ଜିନ୍‌-ପରିବର୍ତ୍ତିତ ଘୁଷୁରିର ହୃତପିଣ୍ଡ ରୋଗୀ ଶରୀରରେ ପ୍ରତିରୋପଣ କଲା ପରେ ରୋଗୀ ଶରୀର ତାକୁ ତତ୍କାଳ ପ୍ରତ୍ୟାଖ୍ୟାନ କରିନାହିଁ । ମେରିଲାଣ୍ଡର ୫୭ ବର୍ଷୀୟ ଡେଭିଡ୍‌ ବେନେଟ ଜାଣିଥିଲେ ଯେ ପ୍ରତିରୋପଣ ପାଇଁ ତାଙ୍କୁ ମଣିଷ ହୃତପିଣ୍ଡ ମିଳିବ ନାହିଁ । ତେଣୁ ମରିବା ଅପେକ୍ଷା ଡାକ୍ତରଙ୍କୁ ସେମାନଙ୍କ ଗବେଷଣା ପାଇଁ ଗୋଟାଏ ସୁଯୋଗ ଦେବା ଉଚିତ ।

ଘୁଷୁରି ହୃତପିଣ୍ଡ ଯଦି ତାଙ୍କ ଶରୀରରେ ଠିକ୍‌ କାମ କରିବ ସେ ଆଉ କିଛିଦିନ ବଞ୍ଚିଯିବେ । ବେନେଟ ପ୍ରତିରୋପଣର ଦିନକ ପୂର୍ବରୁ ଏ କଥା କହିଛନ୍ତି ଯେ ନିଃଶ୍ୱାସପ୍ରଶ୍ୱାସ ନେଉଥିଲେ ଯେତେବେଳେ କି ତାଙ୍କ ନୂଆ ହୃତପିଣ୍ଡକୁ ସାହାଯ୍ୟ କରିବା ପାଇଁ ତାଙ୍କଠାରେ ଏକ ହାର୍ଟ-ଫୁସ୍‌ଫୁସ୍‌ ମେସିନ ଲାଗିଥିଲା । ଆସନ୍ତା କିଛି ସପ୍ତାହ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ଏବଂ ସେ ଡାକ୍ତରୀ ଦଳଙ୍କ ତତ୍ତ୍ୱାବଧାନରେ ରହିବେ । ସେହିପରି ଅଙ୍ଗ ପ୍ରତିରୋପଣ ପାଇଁ ଦାତାଙ୍କଠାରୁ ମଣିଷ ଅଙ୍ଗ ମିଳୁ ନଥିବାରୁ ବୈଜ୍ଞାନିକମାନେ ପ୍ରାଣୀ ଅଙ୍ଗ ପ୍ରତିରୋପଣ କରିବା ପାଇଁ ଗବେଷଣା କରିଆସୁଛନ୍ତି । ପୂର୍ବରୁ ଏଭଳି ପ୍ରତିରୋପଣ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା ।