ନୂଆଦିଲ୍ଲୀ : ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାରରେ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ବିଶେଷ ସୂତ୍ରରୁ ଜଣାପଡିଛି ଯେ, ସଚିନଙ୍କୁ ଏକ ବଡ଼ ସାଂଗଠନିକ ଦାୟିତ୍ୱ ମିଳିପାରେ । ଅନ୍ୟପକ୍ଷରେ ରାଜସ୍ଥାନରେ ସଂଗଠନକୁ କିପରି ମଜବୁତ ହୋଇପାରିବ ତାହା ଉପରେ ଆଲୋଚନା ହୋଇଥିଲା ।