ସୋନିଆଙ୍କୁ ଭେଟିଲେ ପାଇଲଟ୍‌

ନୂଆଦିଲ୍ଳୀ : କଂଗ୍ରେସ ନେତା ସଚିନ ପାଇଲଟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି । ରାଜସ୍ଥାନରେ କ୍ୟାବିନେଟ ସମ୍ପ୍ରସାରଣ ଏବଂ କେତେକ ନିଯୁକ୍ତି ହେବାକୁ ଥିବାବେଳେ ଏହାପୂର୍ବରୁ ପାଇଲଟ୍‌?ଙ୍କ ସହ ସୋନିଆଙ୍କ ସାକ୍ଷାତକୁ ଖୁବ୍‌? ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ବେ?ଠକ ପରେ ପାଇଲଟ୍‌? କହିଛନ୍ତି, ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ରାଜସ୍ଥାନରେ ଏହାର ସାଂଗଠନିକ ଶକ୍ତି ସୁଦୃ? କରିବାକୁ ଚାହୁଛି । ରାଜସ୍ଥାନ ପାଇଁ କ’ଣ ଦରକାର ଏବଂ କ’ଣ କରିବାକୁ ହେବେ ?ସେନେଇ ସୋନିଆ ବାରମ୍ବାର ପାଇଲଟ୍‌?ଙ୍କୁ ପଚାରୁଥିବାରୁ ପାଇଲଟ୍‌? ସୋନିଆଙ୍କୁ ପ୍ରଶଂସା କରିଛନ୍ତି । ପାଇଲଟ୍‌? କହିଛନ୍ତି, ସଠିକ୍‌? ସମୟରେ ଏଆଇସିସି ସାଧାରଣ ସଚିବ ଅଜୟ ମାକେନ ସଠିକ୍‌? ନିଷ୍ପତ୍ତି ନେବେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ କହିଛନ୍ତି ଯେ, କଂଗ୍ରେସ ହାଇ କମାଣ୍ଡ ରାଜସ୍ଥାନରେ କ୍ୟାବିନେଟ୍‌? ସମ୍ପ୍ରସାରଣ ସଂକ୍ରାନ୍ତ ନିଷ୍ପତ୍ତି ନେବେ ।