ସୈନିକ ନୁହେଁ, କ୍ୟାଡର ପ୍ରସ୍ତୁତ କରିବାକୁ ଯୋଜନା: ମମତା

ଭାରତୀୟ ସେନାରେ ଚାକିରି ପାଇଁ କେନ୍ଦ୍ର ସରକାରର ଅଗ୍ନିପଥ ଯୋଜନାକୁ ନେଇ

କୋଲକାତା : ଭାରତୀୟ ସେନାରେ ଚାକିରି ପାଇଁ କେନ୍ଦ୍ର ସରକାରର ଅଗ୍ନିପଥ ଯୋଜନାକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିବାଦପୂର୍ଣ୍ଣ ବୟାନ ଦେଇଛନ୍ତି । ରାଜ୍ୟ ବିଧାନସଭାରେ ସେ କହିଛନ୍ତି ଯେ ଅଗ୍ନିପଥ ଜରିଆରେ ସେନାରେ ନିଯୁକ୍ତି ହେବନାହିଁ, ପରନ୍ତୁ ଭାରତୀୟ ଜନତା ପାର୍ଟି ପାଇଁ କ୍ୟାଡର ଏବଂ ଗୁଣ୍ଡା ପ୍ରସ୍ତୁତ କରାଯିବ । ତାଙ୍କର ଏହି ବୟାନକୁ ଭାଜପା ବିଧାୟକମାନେ ବିରୋଧ କରିଛନ୍ତି । ଏଠାରେ ମମତା ସମ୍ବୋଧନ କରି କହିଛନ୍ତି ଯେ ପୂରା ଦେଶରେ ନିଆଁ ଲଗାଯାଇଛି । ଚାରିବର୍ଷର ଚାକିରି ନାମରେ ଭାରତୀୟ ଜନତା ପାର୍ଟି ପ୍ରକୃତରେ ନିଜ କ୍ୟାଡର ପ୍ରସ୍ତୁତ କରିବାକୁ ଚାହେଁ । ଚାରି ବର୍ଷ ପରେ କ’ଣ ହେବ କେହି ଜାଣିନାହାନ୍ତି । ଏହା ଚାକିରି ନୁହେଁ, ଧୋକା ଅଟେ । ଏହାର ଘୋଷଣା ରକ୍ଷା ମନ୍ତ୍ରାଳୟ କରିଛି ନା ଭାରତୀୟ ସେନା ।