କାଳବୈଶାଖୀ ଝଡରେ ଫସିଲା ବିମାନ

ପଶ୍ଚିମବଙ୍ଗର ଦୁର୍ଗାପୁରରେ ଏକ ବିମାନ ଦୁର୍ଘଟଣା ଟଳି….

କୋଲକାତା: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଏକ ବିମାନ ଦୁର୍ଘଟଣା ଟଳି ଯାଇଛି । ବିମାନ ବନ୍ଦରରେ ଅବତରଣ କରିବା ପୂର୍ବରୁ ବିମାନଟି କାଳବୈଶାଖୀରେ ଫସି ଯାଇଛି । ସେହିପରି ବିମାନଟି ଆକାଶରେ ଦୋହଲିବାରୁ କ୍ୟାବିନରୁ ସାମଗ୍ରୀ ଖସିବାରେ ଲାଗିଥିଲା । ଯାହା ଏଥିରେ ଅନେକ ବିମାନଯାତ୍ରୀ ଆହତ ହୋଇଛନ୍ତି । ବିମାନ ଅବତରଣ ପରେ ସମସ୍ତ ଆହତଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ଅଛନ୍ତି । ଅନ୍ୟ ୩୦ ଆହତ ବିପଦ ମୁକ୍ତ ଥିବା କୁହାଯାଇଛି । ସୂଚନା ଅନୁଯାୟୀ ସ୍ପାଇସଜେଟ୍‌ର ବୋଇଙ୍ଗ ୭୩୭ ବିମାନ ମୁମ୍ବାଇରୁ ଦୁର୍ଗାପୁରର ଅଣ୍ଡାଲ ସ୍ଥିତ କାଜି ନଜରୁଲ ଇସଲାମ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରୁଥିଲା ।