ଟ୍ୱିଟର କମ୍ପାନୀର ନୂଆ ମାଲିକ ଏବେ ଏଲନ ମସ୍କ । କମ୍ପାନୀକୁ ଅଧିକ ଲାଭଜନକ ସଂସ୍ଥାରେ ପରିଣତ କରିବା ପାଇଁ ମସ୍କ ଏକ ନୂଆ ବୁଦ୍ଧି ପ୍ରୟୋଗ କରିଛନ୍ତି । ମାତ୍ର ଠକ ଓ ଶଠ ଲୋକମାନେ ମସ୍କଙ୍କର ନୂଆ ବାଟ ଦେଇ ବହୁ ଲୋକପ୍ରିୟ ଦାମୀ କମ୍ପାନୀ ନାମରେ ଜାଲ ଆକାଉଂଟ ଖୋଲି ଲୋକଙ୍କ ବିଶ୍ୱାସ ସହିତ ଖେଳିବା ଆରମ୍ଭ କରିଛନ୍ତି । ଆମେରିକାର ଲୋକପ୍ରିୟ ଔଷଧ ନିର୍ମାତା ଏଲି ଲିଲି କମ୍ପାନୀକୁ ୧୨୨୩ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି । ଟ୍ୱିଟରକୁ ମାତ୍ର ୮ ଡଲାର ଦେଇ କେହି ଶଠ ଏଲି ଲିଲି ନାମରେ ଜାଲ ଆକାଉଂଟ ଖୋଲି ଉକ୍ତ କମ୍ପାନୀ ଲୋକଙ୍କୁ ମାଗଣା ଇନସୁଲିନ ଦିଆଯାଉଛି ବୋଲି ଟ୍ୱିଟ୍ କରିଛି ।
ପରିଣାମ ସ୍ୱରୂପ କମ୍ପାନୀର ଅଂଶପତ୍ର ମୂଲ୍ୟ ଉଦ୍ବେଗଜନକ ଭାବେ କମିଯାଇଛି । କମ୍ପାନୀକୁ ୧୨୨୩ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି ।
ଟ୍ୱିଟର ଆକାଉଂଟ ଭେରିଫାଇଡ୍ ପାଇଁ ଥିବା ବ୍ଲୁ ଟିକ୍ ହଟାଇ ଦେଇ ପେଡ୍ ସିଷ୍ଟମ୍ କରିଦେଲେ । ଫଳରେ ମାତ୍ର ୮ ଡଲାର ବିନିମୟରେ ଜଣେ ବ୍ୟକ୍ତି ଯେକୌଣସି ଦାମି କମ୍ପାନୀ ନାମରେ ଜାଲ ଆକାଉଂଟ ଖୋଲିପାରିବ । ମସ୍କଙ୍କର ଏପରି ନିଷ୍ପତି ମାତ୍ର କେତୋଟି ଦେଶରେ କାର୍ଯ୍ୟକାରୀ ହେବାକ୍ଷଣି ପ୍ରତିବାଦର ସମ୍ମୁଖୀନ ହୋଇଛି । ବିଶେଷ କରି ଏଲି ଲିଲି କମ୍ପାନୀ କ୍ଷତି ସହିଥିବାର ଖବର ଶୁଣିବା ପରେ ମସ୍କ ତାଙ୍କ ପଦକ୍ଷେପକୁ କିଛି ଦିନ ପାଇଁ ସ୍ଥଗିତ ରଖିଛନ୍ତି ।
ମସ୍କଙ୍କୁ ନିଷ୍ପତି ବଦଳାଇବାକୁ ପଡ଼ିବ ତା’ ନହେଲେ ବହୁ ଲୋକପ୍ରିୟ କମ୍ପାନୀରେ ତାଲା ଝୁଲିବା ପରିସ୍ଥିତି ଉପୁଜିବ ବୋଲି ବହୁ ବ୍ୟବସାୟୀ ଓ ଶିଳ୍ପପତି ଆଶଙ୍କା ପ୍ରକାଶ କରିଛନ୍ତି ।
Prev Post
Next Post