ବୃଦ୍ଧି ପାଉଛି ରୁଷ ରାଷ୍ଟ୍ରପତିଙ୍କ ଲୋକପ୍ରିୟତା

ନୂଆଦିଲ୍ଲୀ : ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିବାଠାରୁ ରୁଷ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନଙ୍କ ଉପରେ ଦେଶବାସୀଙ୍କ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ନିକଟରେ କରାଯଇଥିବା ଏକ ସର୍ଭେରୁ ଏହା ଜଣାପଡିଛି । ଏହି ସର୍ଭେରେ ୮୧ ପ୍ରତିଶତ ରୁଷ ନାଗରିକ ପୁଟିନଙ୍କୁ ସମର୍ଥନ କରୁଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୪ରେ ଯୁଦ୍ଧ ଆରମ୍ଭ ହେବା ସମୟରେ ପୁଟିନଙ୍କ ଜନସମର୍ଥନ ୬୭.୨ ପ୍ରତିଶତ ଥିବାବେଳେ ଏହା ୮୧.୬ ପ୍ରତିଶତକୁ ବୃଦ୍ଧି ପାଇଛି । ଯେଉଁ ନାଗରିକମାନେ ପୁଟିନଙ୍କ ନୀତିକୁ ସମାଲୋଚନା କରୁଥିଲେ ସେମାନେ ବର୍ତ୍ତମାନ ତାଙ୍କର ପ୍ରଶଂସକ ପାଲଟିଥିବା ଜଣାପଡିଛି ।

ଅନ୍ୟକ୍ଷରେ ପୁଟିନିଙ୍କ ସମାଲୋଚକଙ୍କ ସଂଖ୍ୟା ମଧ୍ୟ ୨୪.୪ରୁ ୧୨.୯ ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ଚଳିତବର୍ଷ ଫେବୃଆରୀରେ ଲେଭାଡା ସେଣ୍ଟର ପକ୍ଷରୁ କରାଯାଇଥିବା ସର୍ଭେରେ ମଧ୍ୟ ପୁଟିନଙ୍କ ଜନସମର୍ଥନ ୭୧ରୁ ୮୩ ପ୍ରତିଶତକୁ ବୃଦ୍ଧି ପାଇଛି । ରୁଷ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଏକାଧିକ କଟକଣା ଲାଗୁ କରିଥିବାରୁ ଏହାର ପ୍ରଭାବ ପୁଟିନଙ୍କ ଲୋକପ୍ରିୟତା ଉପରେ ଅନୁକୂଳ ପ୍ରଭାବ ପକାଇଛି ।