୧୦ ଦିନରେ ୧ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କରିଛି ଡାକ ବିଭାଗ
ଇ ଡାକ ଘର ସୁବିଧା ମାଧ୍ୟମରେ ଲୋକ ମାନେ ଅନଲାଇନ୍ରେ ୧.୭୫ ଲକ୍ଷରୁ ଅଧିକ ପତାକା କ୍ରୟ କରିଛନ୍ତି….
ନୂଆଦିଲ୍ଲୀ : ଡାକ ବିଭାଗ ନିଜର ଘରେ ଘରେ ତିରଙ୍ଗା କାର୍ଯ୍ୟକ୍ରମରେ ସାମିଲ କରୁଛି । ୧୦ ଦିନର କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କରିଛି । ଏହି ଜାତୀୟ ପତାକାକୁ ବିଭାଗ ଦ୍ୱାରା ମାତ୍ର ୨୫ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି । ଅନଲାଇନ୍ରେ ଡାକ ବିଭାଗ ସାରା ଦେଶରେ କୌଣସି ବି ଠିକଣାରେ ଏହାକୁ ଡେଲିଭରି ଦେୟ ନ ନେଇ ସିଧାସଳଖ ପହଂଚାଇଛି । ଇ ଡାକ ଘର ସୁବିଧା ମାଧ୍ୟମରେ ଲୋକ ମାନେ ଅନଲାଇନ୍ରେ ୧.୭୫ ଲକ୍ଷରୁ ଅଧିକ ପତାକା କ୍ରୟ କରିଛନ୍ତି ।
୪.୨ ଲକ୍ଷ ଦୃଢ଼ ଡାକ କର୍ମଚାରୀ ମାନେ ଦେଶର କୋଣ ଅନୁକୋଣରେ ହର ଘର ତିରଙ୍ଗା ବାର୍ତ୍ତାକୁ ଅତି ଉତ୍ସାହର ସହିତ ପ୍ରଚାର କରିଛନ୍ତି । ଭାରତୀୟ ଡାକ ସମାଜର ସମସ୍ତ ବର୍ଗ ମଧ୍ୟରେ ହର ଘର ତିରଙ୍ଗାର ବାର୍ତ୍ତାକୁ ପହଂଚାଇଛି । ଡାକଘର ଗୁଡିକ ମାଧ୍ୟମରେ ଜାତୀୟ ପତାକାର ବିକ୍ରି ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଖୋଲା ରହିଛି । ନାଗରିକ ମାନେ ନିକଟତମ ଡାକ ଘର ଗୁଡିକୁ ଯାଇ ଏହାକୁ କ୍ରୟ କରି ପାରିବେ ।