ଉତ୍ତରାଖଣ୍ଡର ୧୦୦% ବ୍ରଡ ଗେଜ ରେଳ ମାର୍ଗର ବିଦ୍ୟୁତିକରଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି
ଏହା ଦ୍ୱାରା ଦେବଭୂମି ଉତ୍ତରାଖଣ୍ଡକୁ ଲାଭ ମିଳିବ….
ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ୧୦୦% ବ୍ରଡ ଗେଜ ରେଳ ମାର୍ଗର ବିଦ୍ୟୁତିକରଣକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ଟ୍ୱିଟ୍କୁ ଶେୟାର କରି, ଉତ୍ତରାଖଣ୍ଡର ୧୦୦% ବ୍ରଡ ଗେଜ ରେଳ ମାର୍ଗର ବିଦ୍ୟୁତିକରଣ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ୍ କରିଛନ୍ତି;
“ଉତ୍ସାହଜନକ ଫଳାଫଳ ! ଏହା ଦ୍ୱାରା ଦେବଭୂମି ଉତ୍ତରାଖଣ୍ଡକୁ ଲାଭ ମିଳିବ ଏବଂ ପର୍ଯ୍ୟଟନକୁ ଆହୁରି ପ୍ରୋତ୍ସାହନ ମିଳିବ । ”