ଜାତୀୟ ଷ୍ଟାର୍ଟଅପ ପୁରସ୍କାର-୨୦୨୩ ପାଇଁ ଆବେଦନ କରିବାକୁ ଉଦ୍ୟୋଗୀମାନଙ୍କୁ ଆହ୍ୱାନ ଜଣାଇଲେ ପ୍ରଧାନମନ୍ତ୍ରୀ
ଉଦ୍ୟୋଗୀମାନଙ୍କୁ ଜାତୀୟ ଷ୍ଟାର୍ଟଅପ ପୁରସ୍କାର….
ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜାତୀୟ ଷ୍ଟାର୍ଟଅପ ପୁରସ୍କାର-୨୦୨୩ ପାଇଁ ଆବେଦନ କରିବାକୁ ଉଦ୍ୟୋଗୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଷ୍ଟାର୍ଟଅପଗୁଡିକ କେବଳ ନିଜ ଅଭିନବ ଉତ୍ସାହ ପାଇଁ ନୁହେଁ ବରଂ ସେଗୁଡିକୁ ନିର୍ମାଣ କରୁଥିବା ବ୍ୟକ୍ତିମାନଙ୍କ ପ୍ରେରଣାଦାୟୀ ଜୀବନଯାତ୍ରା ପାଇଁ ମଧ୍ୟ ଆକର୍ଷକ । ଆମର ଷ୍ଟାର୍ଟଅପ ଶବ୍ଦରେ ଯୁବ ଶକ୍ତିର ଭାବନା ନିହିତ ରହିଛି ।
ଉଦ୍ୟୋଗୀମାନଙ୍କୁ ଜାତୀୟ ଷ୍ଟାର୍ଟଅପ ପୁରସ୍କାର-୨୦୨୩ ପାଇଁ ଆବେଦନ କରିବାକୁ ଆହ୍ୱାନ କରୁଛି । startupindia.gov.in“