‘ପରୀକ୍ଷା ପେ ଚର୍ଚ୍ଚା’ ଆଲୋଚନାରେ ଭାଗନେବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

ଚଳିତବର୍ଷ ‘ପରୀକ୍ଷା ପେ ଚର୍ଚ୍ଚା’ ପାଇଁ ଆଜି ତାରିଖ ଘୋଷଣା…

ଚଳିତବର୍ଷ ‘ପରୀକ୍ଷା ପେ ଚର୍ଚ୍ଚା’ ପାଇଁ ଆଜି ତାରିଖ ଘୋଷଣା ହୋଇଥିବାରୁ, ପ୍ରଧାନମନ୍ତ୍ରୀ ଏହି ସ୍ୱତନ୍ତ୍ର ଆଲୋଚନାରେ ସାମିଲ ହେବା ନିମନ୍ତେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।

ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି:

‘‘ଅତ୍ୟନ୍ତ ରୋମାଞ୍ଚକ କାର୍ଯ୍ୟକ୍ରମ ମଧ୍ୟରେ ଅନ୍ୟତମ ‘ପରୀକ୍ଷା ପେ ଚର୍ଚ୍ଚା’ ପରୀକ୍ଷାକୁ ଚାପମୁକ୍ତ କରିବା ତଥା ଆମ ପରୀକ୍ଷା ଯୋଦ୍ଧାମାନଙ୍କୁ ସମର୍ଥନ ଦେବା ସଂକ୍ରାନ୍ତ ଉପାୟଗୁଡ଼ିକ ଉପରେ ଆଲୋଚନା ଲାଗି ଏକ ସୁଯୋଗ ପ୍ରଦାନ କରୁଛି । ଚଳିତମାସ ୨୭ ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଁ ଅପେକ୍ଷା କରିଛି ଏବଂ ଏହି ସ୍ୱତନ୍ତ୍ର ଆଲୋଚନାରେ ଅଂଶଗ୍ରହଣ ନିମନ୍ତେ ଆପଣମାନଙ୍କୁ ସମସ୍ତଙ୍କୁ ଆହ୍ୱାନ ଦେଉଛି ।’’