ଏକାଧିକ ଟୁଇଟ୍ ହୋଇଛି, ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଜାତୀୟ କ୍ରୀଡା ୨୦୨୨ ଗତକାଲି ଶେଷ ହୋଇଛି । ମୁଁ ପ୍ରତ୍ୟେକ ଆଥଲେଟଙ୍କୁ ଅଭିନନ୍ଦନ ଜଣାଉଛି ଯେଉଁମାନେ ଏଥିରେ ଅଂଶଗ୍ରହଣ କରିବା ସହିତ କ୍ରୀଡାର ଆବେଗକୁ ବଢାଇଥିଲେ । ଏହି କ୍ରୀଡାରେ ପଦକ ଜିଣିଥିବା ସମସ୍ତଙ୍କୁ ଅଭିନନ୍ଦନ । ସେମାନଙ୍କର ସଫଳତା ପାଇଁ ଗର୍ବିତ । ସମସ୍ତ ଆଥଲେଟମାନଙ୍କୁ ସେମାନଙ୍କର ଭବିଷ୍ୟତ ପ୍ରୟାସ ପାଇଁ ମୋର ଶୁଭେଚ୍ଛା ।”
“ବିଭିନ୍ନ କାରଣରୁ ଚଳିତ ବର୍ଷର ଜାତୀୟ କ୍ରୀଡା ବିଶେଷ ଥିଲା । କ୍ରୀଡା ଭିତ୍ତିଭୂମିକୁ ଆଥଲେଟମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସା କରାଯାଇଥିଲା । ପାରମ୍ପାରିକ କ୍ରୀଡ଼ାରେ ବ୍ୟାପକ ଅଂଶଗ୍ରହଣ ମଧ୍ୟ ମୁଖ୍ୟ ଆକର୍ଷଣ ଥିଲା ।”
“ପୁନଃ ବ୍ୟବହାର, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ହ୍ରାସ କରିବା ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ସଚେତନତା ବୃଦ୍ଧି ସହିତ ସ୍ଥିରତା ଉପରେ ଧ୍ୟାନ ଦେବା ପାଇଁ ୨୦୨୨ ଜାତୀୟ କ୍ରୀଡାକୁ ମଧ୍ୟ ସ୍ମରଣ କରାଯିବ । ମୁଁ ମଧ୍ୟ ଗୁଜୁରାଟର ଲୋକ ଏବଂ ସରକାରଙ୍କୁ କ୍ରୀଡା ମାଧ୍ୟମରେ ଆତିଥେୟତା ପାଇଁ ପ୍ରଶଂସା କରିବାକୁ ଚାହେଁ ।”