ଜାତୀୟ ସାମୁଦ୍ରିକ ସପ୍ତାହର ଶୁଭାରମ୍ଭ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ସାମୁଦ୍ରିକ ପରମ୍ପରାର ଗୌରବମୟ ଇତିହାସକୁ ପାଳନ କରିଥାଏ…..
ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାମନା କରିଛନ୍ତି ଯେ, ଜାତୀୟ ସାମୁଦ୍ରିକ ସପ୍ତାହ ମାଧ୍ୟମରେ ବନ୍ଦର-କୈନ୍ଦ୍ରିକ ବିକାଶ ଓ ଆର୍ଥିକ ସମୃଦ୍ଧି ପାଇଁ ଉପକୂଳ ବ୍ୟବହାର ଉଦ୍ୟମ ଜୋରଦାର ହେବ ।
ପ୍ରଧାନମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଏକ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି । ଟ୍ୱିଟରେ ଶ୍ରୀ ସୋନୱାଲ ଜାତୀୟ ସାମୁଦ୍ରିକ ସପ୍ତାହର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଲାପେଲରେ ପ୍ରଥମ ସାମୁଦ୍ରିକ ଧ୍ୱଜ ଲଗାଇବା ସମ୍ପର୍କରେ ସୂଚନା ଦେଇଥିଲେ । ଏପ୍ରିଲ ୫ରେ ପାଳିତ ହେଉଥିବା ଜାତୀୟ ସାମୁଦ୍ରିକ ଦିବସ ଭାରତର ସାମୁଦ୍ରିକ ପରମ୍ପରାର ଗୌରବମୟ ଇତିହାସକୁ ପାଳନ କରିଥାଏ ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଜାତୀୟ ସାମୁଦ୍ରିକ ସପ୍ତାହ ଆମ ସମୃଦ୍ଧ ସାମୁଦ୍ରିକ ଇତିହାସ ସହ ଆମ ସମ୍ପର୍କକୁ ଆହୁରି ଗଭୀର କରୁ ବୋଲି କାମନା କରୁଛି । ଏହା ବନ୍ଦର-କୈନ୍ଦ୍ରିକ ବିକାଶ ଓ ଆର୍ଥିକ ସମୃଦ୍ଧି ପାଇଁ ଉପକୂଳ ବ୍ୟବହାର ଉଦ୍ୟମ ତ୍ୱରାନ୍ୱିତ ହେଉ ବୋଲି ମଧ୍ୟ କାମନା କରୁଛି ।”