ସୌରାଷ୍ଟ୍ର ତାମିଲ ସଂଗମମ ଅଂଶଗ୍ରହଣକାରୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଭାବନାକୁ ପ୍ରୋତ୍ସାହିତ କରୁ ବୋଲି କାମନା କରୁଛି…
ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସୌରାଷ୍ଟ୍ର ତାମିଲ ସଂଗମମ ଅଂଶଗ୍ରହଣକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସୌରାଷ୍ଟ୍ର ତାମିଲ ସଂଗମମର ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବୈଶିଷ୍ଟ୍ୟରେ ଭରା ସୌରାଷ୍ଟ୍ର ତାମିଲ ସଂଗମମ ଆରମ୍ଭ ହେବା ଅବସରରେ ଅଂଶଗ୍ରହଣକାରୀମାନଙ୍କୁ ଶୁଭେଚ୍ଛା ଜଣାଉଛି । ଗୁଜରାଟର ସୌରାଷ୍ଟ୍ର ଅଞ୍ଚଳ ଓ ତାମିଲନାଡୁ ମଧ୍ୟରେ ଥିବା ବନ୍ଧନ ବେଶ ପୁରୁଣା ଓ ମଜବୁତ । ଏହି ସଂଗମମ ସାଂସ୍କୃତିକ ସମ୍ପର୍କ ଓ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଭାବନାକୁ ପ୍ରୋତ୍ସାହିତ କରୁ ବୋଲି କାମନା କରୁଛି ।”