ଅମରନାଥ ଯାତ୍ରାରମ୍ଭ ପରେ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହୋଇଥିବାରୁ ସମସ୍ତ ତୀର୍ଥଯାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହୋଇଥିବାରୁ ସମସ୍ତ ତୀର୍ଥଯାତ୍ରୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା । ବାବା ବର୍ଫାନୀଙ୍କ ଦର୍ଶନ ଓ ପୂଜା ପାଇଁ ହେଉଥିବା ଏହି ଯାତ୍ରା ଶିବଭକ୍ତମାନଙ୍କ ପାଇଁ ଅସୀମ ଶକ୍ତି ସଞ୍ଚାର କରିଥାଏ । ତାଙ୍କ କୃପାରୁ ସମସ୍ତ ଭକ୍ତଙ୍କ କଲ୍ୟାଣ ହେଉ, ଏହି କାମନା କରୁଛି । ଜୟ ବାବା ବର୍ଫାନୀ” ।