ପ୍ରଧାନମନ୍ତ୍ରୀ ନେଲେ କରୋନା ଟିକା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଏମ୍ସରେ କରୋନା ଟିକା ନେଇଛନ୍ତି। ଏ ସଂପର୍କରେ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଟିକା ନେବା ପରେ ସେ ସମସ୍ତ ଡାକ୍ତର ଏବଂ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ସେମାନଙ୍କର ଉଦ୍ୟମ ଯୋଗୁଁ ଭାରତ ଆଜି କୋଭିଡ ବିରୋଧରେ ଭଲ ଭାବେ ଲଢ଼େଇ କରିପାରୁଛି ବୋଲି ମୋଦି କହିଛନ୍ତି। ସମସ୍ତ ଯୋଗ୍ୟ ବ୍ୟକ୍ତି ଟିକା ନେଇ ଭାରତକୁ କୋଭିଡ୍ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି।

ସୂଚନାଯୋଗ୍ୟ, ଆଜିଠାରୁ ୬୦ରୁ ଅଧିକ ବୟସ୍କ ଲୋକମାନେ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ଥିବେ, ସେମାନେ ମଧ୍ୟ ଟିକା ନେଇପାରିବେ। ଯେଉଁମାନେ ଘରୋଇ ହସ୍ପିଟାଲରେ ଟିକା ନେବେ ସେମାନଙ୍କୁ ଡୋଜ୍ ପିଛା ୨୫୦ ଟଙ୍କା ଦେବାକୁ ହେବ। ଯେଉଁମାନେ ଟିକା ନେବେ ସମସ୍ତଙ୍କୁ କୋଓ୍ୱିନ ଆପରେ ରେଜିଷ୍ଟ୍ରେସନ କରିବାକୁ ହେବ। ସକାଳ ୯ଟାରୁ ଏହି ରେଜିଷ୍ଟ୍ରେସନ କରିପାରିବେ।