ବାରଣାସୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ଗସ୍ତରେ ଯାଇ ସେଠାରେ ୨୧ ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଶିଳାନ୍ୟାସ କରିଛନ୍ତି । ଏହାସହ ୮୭୦ କୋଟି ଟଙ୍କାରେ ନିର୍ମିତ ୨୨ଟି ଯୋଜନାକୁ ମଧ୍ୟ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାମୀତ୍ୱ ଯୋଜନାର ଉଦଘାଟନ କରି ୨୦ ଲକ୍ଷ ଲାଭାର୍ଥୀଙ୍କୁ ମୋବାଇଲ ମାଧ୍ୟମରେ ଜମି ପଟ୍ଟା ପ୍ରମାଣ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ ।