ଗଙ୍ଗା ଏକ୍ସପ୍ରେସୱେର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଲକ୍ଷେ୍ନø: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶରେ ୫୯୪ କିମି ଲମ୍ବ ଗଙ୍ଗା ଏକ୍ସପ୍ରେସୱେର ଶିଳାନ୍ୟାସ କରିଛନ୍ତି । ସେ କହିଛନ୍ତି ଯେ ଗଙ୍ଗା ଏକ୍ସପ୍ରେସୱେ ଚାଷୀ ଏବଂ ଯୁବକଙ୍କ ସମେତ ଅସୀମ ସୁଯୋଗ ଆଣିବ । ଏହି ଏକ୍ସପ୍ରେସୱେ ଉତ୍ତରପ୍ରଦେଶର ବିକାଶର ଦ୍ୱାର ଖୋଲିବ । ଏଥିସହ ହଜାର ହଜାର ଯୁବକଙ୍କ ପାଇଁ ଅନେକ ସୁଯୋଗ ଆଣିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମିରଟ, ହାପୁର, ବୁଲନ୍ଦସହର, ଆମ୍‌ରୋହା, ସମ୍ୱାଲ, ଶାହାଜାହାନପୁର, ଉନ୍ନାଓ, ରାୟବରେଲି, ପ୍ରତାପଗଡ ଏବଂ ପ୍ରୟାଗରାଜର ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ମୋଦି କହିଥିଲେ । ପ୍ରାୟ ୬୦୦କିଲୋମିଟର ବିଶିଷ୍ଟ ଦୀର୍ଘ ଏହି ଏକ୍ସପ୍ରେସୱେରେ ୩୬,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ଗଙ୍ଗା ଏକ୍ସପ୍ରେସୱେ ଉକ୍ତ ଅଞ୍ଚଳକୁ ଶିଳ୍ପ ଆଣିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ଆଗାମି ପିଢିି ପାଇଁ ଭିତ୍ତିଭୂମି କ୍ଷେତ୍ରରେ ଉତ୍ତରପ୍ରଦେଶ ଆଧୁନିକ ରାଜ୍ୟ ଭାବେ ପରିଗଣିତ ହେବ ।