ଶ୍ରୀ ତାତସୁ ୟାସୁନାଗାଙ୍କ ନେତୃତ୍ୱରେ ଆସିଥିବା ଜାପାନୀ ବ୍ୟବସାୟିକ ପ୍ରତିନିଧିଦଳକୁ ଭେଟିଲେ ପ୍ରଧାନମନ୍ତ୍ରୀ

ଶ୍ରୀ ତାତସୁ ୟାସୁନାଗାଙ୍କ ନେତୃତ୍ୱରେ ଆସିଥିବା ଜାପାନୀ ବ୍ୟବସାୟିକ ପ୍ରତିନିଧିଦଳକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି । ସେ କହିଛନ୍ତି ଯେ,ଭାରତରେ ସେମାନଙ୍କ ସମ୍ପ୍ରସାରଣ ଯୋଜନା ଏବଂ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର ଦ ୱାର୍ଲ୍ଡ’ ପାଇଁ ଦୃଢ଼ ପ୍ରତିବଦ୍ଧତା ଦେଖି ସେ ଉତ୍ସାହିତ ।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି: “ଶ୍ରୀ ତାତସୁ ୟାସୁନାଗାଙ୍କ ନେତୃତ୍ୱରେ ଆସିଥିବା ଜାପାନୀ ବ୍ୟବସାୟିକ ପ୍ରତିନିଧିଦଳକୁ ଆଜି ଭେଟି ଅତ୍ୟନ୍ତ ଆନନ୍ଦିତ । ଭାରତରେ ସେମାନଙ୍କ ସମ୍ପ୍ରସାରଣ ଯୋଜନା ଏବଂ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର ଦ ୱାର୍ଲ୍ଡ’ ପାଇଁ ଦୃଢ଼ ପ୍ରତିବଦ୍ଧତା ଦେଖି ମୁଁ ଉତ୍ସାହିତ । ଆମର ସ୍ୱତନ୍ତ୍ର ରଣନୀତିକ ଏବଂ ବୈଶ୍ୱିକ ସହଯୋଗୀ ଜାପାନ ସହ ଆର୍ଥିକ ସହଭାଗିତା ଆଗାମୀ ଦିନରେ ଅଧିକ ଦୃଢ଼ ହେବା ଆଶା କରେ ।”