କୋଭିଡ ଲାଗି ବାହାଘର ଘୁଞ୍ଚାଇଲେ ପ୍ରଧାନମନ୍ତ୍ରୀ

ସିଡନି: ସାରା ଦେଶରେ କୋଭିଡ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସେହିପରି କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନସଂକ୍ରମଣକୁ ହ୍ରାସ କରିବା ଲାଗି ଦେଶବ୍ୟାପୀ ନୂଆ କଟକଣା ଜାରି ହେବାରୁ ନିଜ ବାହାଘର ବାତିଲ କରିଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ଣ୍ଣ । ଏନେଇ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଜାସିଣ୍ଡା କହିଛନ୍ତି ଯେ, ମୋ ବାହାଘର ହେବନାହିଁ । ମୋ ଭଳି ଅପ୍ରୀତିକର ପରିସ୍ଥିତିରେ ପଡିଥିବା ଲୋକଙ୍କ ପାଇଁ ମଧ୍ୟ ମୁଁ ଦୁଃଖିତା । ଆର୍ଡର୍ଣ୍ଣ ତାଙ୍କ ବିବାହ ତାରିଖ ଘୋଷଣା କରି ନଥିଲେ, ତେବେ ଏହି ବାହାଘର ହେବ ବୋଲି ଗୁଜବ ଉଠିଥିଲା ।

ସେହିପରି ସେ କହିଛନ୍ତି ଯେ, ମହାମାରୀ ଯୋଗୁଁ ହଜାର ହଜାର ଲୋକେ ସାଙ୍ଘାତିକ ଅବସ୍ଥା ଭୋଗିଛନ୍ତି । ସବୁଠୁ ଦୁଃଖର ବିଷୟ ସାଙ୍ଘାତିକ ଅସୁସ୍ଥତା ଯୋଗୁଁ ସେମାନଙ୍କ ମଧ୍ୟରୁ ଅନେକ ନିଜ ପ୍ରିୟତମଙ୍କୁ ଭେଟି ପାରିନାହାନ୍ତି । ସୂଚନାଯୋଗ୍ୟ ମାର୍ଚ୍ଚ ୨୦୨୦ରୁ ନିଉଜିଲାଣ୍ଡ ସୀମାନ୍ତ ବନ୍ଦ କରି ଦିଆଯାଇଛି । ସେହିପରି ଜାନୁଆରି ପର୍ଯ୍ୟାୟକ୍ରମେ ସୀମାନ୍ତ ଖୋଲାଯିବା ନେଇ ଘୋଷଣା ହୋଇଥିଲେ ସୁଦ୍ଧା ପଡୋଶୀ ଦେଶରେ ଓମିକ୍ରନ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ନ୍ୟୁଜିଲାଣ୍ଡ ସରକାର ଏହି