ଭୁବନେଶ୍ୱର,(ପିଆଇବି)୫/୪: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାବୁ ଜଗଜୀବନ ରାମ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବାବୁ ଜଗଜୀବନ ରାମ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି । ସ୍ୱାଧୀନତା ଆନ୍ଦୋଳନ ସମୟ କିମ୍ବା ସ୍ୱାଧୀନତା ପରବର୍ତ୍ତୀ ସମୟ ପାଇଁ ଆମ ଦେଶ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ମନେ ରଖିବ । ତାଙ୍କର ପ୍ରଶାସନିକ ଦକ୍ଷତା ତଥା ଗରିବ ଲୋକଙ୍କ ପାଇଁ ଚିନ୍ତି ସକାଶେ ସେ ସର୍ବଦା ମନେ ରହିବେ ।”