ଶ୍ରୀ ନାଦାପ୍ରଭୁ କେମ୍ପେଗୌଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଦାପ୍ରଭୁ କେମ୍ପେଗୌଡାଙ୍କୁ ତାଙ୍କର ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଅର୍ଥନୈତିକ ଉନ୍ନତି, କୃଷି ଏବଂ ଜଳସେଚନ କ୍ଷେତ୍ରର ଅଭିବୃଦ୍ଧି କରିବାରେ ଶ୍ରୀ ନାଦାପ୍ରଭୁ କେମ୍ପେଗୌଡା ଅଗ୍ରଣୀ ଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ;

“ଶ୍ରୀ ନାଦାପ୍ରଭୁ କେମ୍ପେଗୌଡାଙ୍କୁ ତାଙ୍କର ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛି ।  ସେ ତାଙ୍କର ଦୂରଦୃଷ୍ଟି ଏବଂ ପ୍ରଶାସନିକ ଦକ୍ଷତା ପାଇଁ ବେଶ୍ ଜଣାଶୁଣା । ଅର୍ଥନୈତିକ ଉନ୍ନତି, କୃଷି, ଜଳସେଚନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସେ ଅଗ୍ରଣୀ ଥିଲେ । ବେଙ୍ଗାଲୁରୁ, ଯେଉଁ ସହରକୁ ସେ ପ୍ରତିପୋଷଣ କରିଥିଲେ, ଏବେ ଏହାର ଗତିଶୀଳତା, ସ୍ପନ୍ଦନ ଏବଂ ନବସୃଜନ ପାଇଁ ବିଶ୍ୱସ୍ତରରେ ପ୍ରଶଂସିତ ।

ସମାଜ ପ୍ରତି ତାଙ୍କର ଦୃଷ୍ଟିକୋଣକୁ ପୂରଣ କରିବା ଏବଂ ତାଙ୍କର ମୂଲ୍ୟବୋଧକୁ ବଜାୟ ରଖିବା ଦିଗରେ ଆମ ସରକାର କାର୍ଯ୍ୟ ଜାରି ରଖିବ । ‘ଷ୍ଟାଚ୍ୟୁ ଅଫ୍ ପ୍ରସ୍‌ପରିଟି’ରୁ ଫଟୋ ଶେୟାର କରୁଛି, ଯାହାକୁ ୨୦୨୨ରେ ଉଦ୍‌ଘାଟନ କରିବାର ସୌଭାଗ୍ୟ ମୋତେ ମିଳିଥିଲା ।”