ପରମ ପୂଜ୍ୟ ଡଃ ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଗଲୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ନମନ କଲେ ପ୍ରଧାନମନ୍ତ୍ରୀ
ସମାଜସେବା ଓ ଜନ ସଶକ୍ତିକରଣକୁ ସେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିଲେ….
ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପରମ ପୂଜ୍ୟ ଡଃ ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଗଲୁଙ୍କୁ ତାଙ୍କ ଜୟନ୍ତୀର ସ୍ୱତନ୍ତ୍ର ଅବସରରେ ନମନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ପରମ ପୂଜ୍ୟ ଡଃ ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଗଲୁଙ୍କୁ ତାଙ୍କ ଜୟନ୍ତୀର ସ୍ୱତନ୍ତ୍ର ଅବସରରେ ନମନ କରୁଛି । ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ସେ ଗଭୀର ପ୍ରଭାବ ଛାଡି ଯାଇଛନ୍ତି । ସମାଜସେବା ଓ ଜନ ସଶକ୍ତିକରଣକୁ ସେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିଲେ । ତାଙ୍କ ସ୍ୱପ୍ନ ପୂରଣ ପାଇଁ ଆମେ ସର୍ବଦା କାମ କରିବୁ ।”