ନୂଆ ଏମ୍ସର ପ୍ରଭାବ ସମ୍ପର୍କରେ ଟ୍ୱିଟ ଶୃଙ୍ଖଳ ଶେୟାର କଲେ ପ୍ରଧାନମନ୍ତ୍ରୀ

ଏହି ସନ୍ଦର୍ଭରେ ଆମ ସରକାର ମେଡିକାଲ କଲେଜଗୁଡିକର….

ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ନିଶିଥ ପ୍ରମାଣିକଙ୍କ ଏକ ଟ୍ୱିଟ ଶୃଙ୍ଖଳ ଶେୟାର କରିଛନ୍ତି । ଏଥିରେ ପଶ୍ଚିମବଙ୍ଗର ଉଦାହରଣ ଶେୟାର କରାଯାଇଛି । ଏହି ଟ୍ୱିଟ ଶୃଙ୍ଖଳ ଦେଶରେ ଅଧିକରୁ ଅଧିକ ଏମ୍ସ ସ୍ଥାପନର ସୁଫଳ ସମ୍ପର୍କରେ ଗୁରୁତ୍ୱାରୋପ କରୁଛି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ପଶ୍ଚିମବଙ୍ଗର ଉଦାହରଣ ଉଲ୍ଲେଖ କରି ଏହି ଟ୍ୱିଟ ଶୃଙ୍ଖଳ ଦେଶରେ ଅଧିକରୁ ଅଧିକ ଏମ୍ସ ସ୍ଥାପନର ସୁଫଳ ସମ୍ପର୍କରେ ଗୁରୁତ୍ୱାରୋପ କରୁଛି ।

ଏହି ସନ୍ଦର୍ଭରେ ଆମ ସରକାର ମେଡିକାଲ କଲେଜଗୁଡିକର ସଂଖ୍ୟା ବଢାଉଛି ଓ ସ୍ଥାନୀୟ ଭାଷାରେ ଡାକ୍ତରୀ ପଢିବା ସୁନିଶ୍ଚିତ କରୁଛି । ଏହା ଲୋକଙ୍କୁ ସାହାଯ୍ୟ କରୁଛି ।”