ମାର୍ଚ୍ଚ ୧୮ ତାରିଖରେ ଗ୍ଲୋବାଲ୍ ମିଲେଟସ୍ (ଶ୍ରୀ ଅନ୍ନ) ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮ ମାର୍ଚ୍ଚ ୨୦୨୩ ପୂର୍ବାହ୍ନ ୧୧ ଟା ….

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮ ମାର୍ଚ୍ଚ ୨୦୨୩ ପୂର୍ବାହ୍ନ ୧୧ ଟା ସମୟରେ ସୁବ୍ରମଣ୍ୟମ ହଲ୍‍, ଆଇଏଆରଆଇ କ୍ୟାମ୍ପସ, ଏନଏଏସ୍‍ସି କମ୍ପ୍ଲେକ୍ସ, ପୁସା ନୂଆଦିଲ୍ଲୀ ଠାରେ ଗ୍ଲୋବାଲ ମିଲେଟସ (ଶ୍ରୀ ଅନ୍ନ) ସମ୍ମିଳନୀକୁ ଉଦଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ।

ଭାରତର ପ୍ରସ୍ତାବକୁ ଆଧାର କରି ୨୦୨୩ ବର୍ଷକୁ ମିଳିତ ଜାତିସଂଘ ମହାସଭା (ୟୁଏନଜିଏ) ଦ୍ୱାରା ଅନ୍ତର୍ଜାତୀୟ ମିଲେଟ ବର୍ଷ (ଆଇୱାଇଏମ୍‍) ଭାବରେ ଘୋଷଣା କରାଯାଇଥିଲା । ଆଇୱାଇଏମ୍‍ ୨୦୨୩ ର ସମାରୋହକୁ ଏକ ‘ଜନ ଆନ୍ଦୋଳନ’ରେ ପରିଣତ କରିବା ଏବଂ ଭାରତକୁ ‘ମିଲେଟର ଗ୍ଲୋବାଲ୍ ହବ୍‌’ ବା ଜାଗତିକ କେନ୍ଦ୍ର ଭାବରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଅନୁଯାୟୀ, ସମସ୍ତ କେନ୍ଦ୍ର ସରକାରୀ ମନ୍ତ୍ରଣାଳୟ / ବିଭାଗ, ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ, କୃଷକ, ଷ୍ଟାର୍ଟ ଅପ୍‌, ରପ୍ତାନିକାରୀ, ଖୁଚୁରା ବ୍ୟବସାୟୀ ଏବଂ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କୁ ଚାଷୀ, ଉପଭୋକ୍ତା ଏବଂ ଜଳବାୟୁ ପାଇଁ ମିଲେଟ (ଶ୍ରୀ ଅନ୍ନ)ର ଲାଭ ବିଷୟରେ ସଚେତନତା ଏବଂ ପ୍ରୋତ୍ସାହନର ପ୍ରସାର ପାଇଁ ନିୟୋଜିତ ଅଛନ୍ତି । ଭାରତରେ ଗ୍ଲୋବାଲ୍ ମିଲେଟ୍ସ (ଶ୍ରୀ ଅନ୍ନ) ସଂଗଠନର ସମ୍ମିଳନୀ ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ।

ଦୁଇ ଦିନିଆ ବିଶ୍ୱସ୍ତରୀୟ ସମ୍ମିଳନୀରେ ଉତ୍ପାଦକ, ଗ୍ରାହକ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ମଧ୍ୟରେ ମିଲେଟର ପ୍ରୋତ୍ସାହନ ଏବଂ ସଚେତନତା ଭଳି ମିଲେଟ (ଶ୍ରୀ ଅନ୍ନ) ସହ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅଧିବେଶନ ହେବ ।ଏଥିରେ ମିଲେଟଗୁଡିକର ମୂଲ୍ୟ ଶୃଙ୍ଖଳା ବିକାଶ; ମିଲେଟର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଦିଗ; ବଜାର ସଂଯୋଗ; ଗବେଷଣା ଏବଂ ବିକାଶ ଇତ୍ୟାଦି ଦିଗ ସ୍ଥାନ ପାଇବ । ଏହି ସମ୍ମିଳନୀରେ ବିଭିନ୍ନ ଦେଶର କୃଷି ମନ୍ତ୍ରୀ, ଅନ୍ତର୍ଜାତୀୟ ବୈଜ୍ଞାନିକ, ପୁଷ୍ଟି ବିଶେଷଜ୍ଞ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ଷ୍ଟାର୍ଟ ଅପ୍ ମୁଖ୍ୟ ଏବଂ ଅନ୍ୟାନ୍ୟ ହିତାଧିକାରୀ ଯୋଗଦେବେ ।