ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ । ଅମିତ ଶାହଙ୍କ ସହ ସେ ରାଷ୍ଟ୍ରୀୟ ସୁର….
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ । ଅମିତ ଶାହଙ୍କ ସହ ସେ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ମାନ । ପଞ୍ଜାବର ସୁରକ୍ଷା ପାଇଁ କେନ୍ଦ୍ର ସରକାର କାଲି ୧୦ଟି ପାରାମିଲିଟାରୀ କମ୍ପାନୀ ଦେଇଛନ୍ତି । ଅନ୍ୟପକ୍ଷରେ ଅନ୍ତରୀଣ ସୁରକ୍ଷା ପାଇଁ ପଞ୍ଜାବକୁ ଯାହା ବି ସାହଯ୍ୟ ଦରକାର ତାହା ପ୍ରଦାନ କରାଯିବ ବୋଲି ଶାହ କହିଛନ୍ତି । ସେହିପରି ମାନ କହିଛନ୍ତି ଯେ, ଆଇନ ବ୍ୟବସ୍ଥାକୁ ନେଇ ପଟିୟାଲାରେ ଯେଉଁ ଘଟଣା ଘଟିଲା ସେନେଇ ମଧ୍ୟ ବିସୃତରେ ଆଲୋଚନା ହୋଇଛି । ସେହିପରି ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହ ପ୍ରତିଶ୍ରୁତି ଦେଇଛନ୍ତି ।