ଚଣ୍ଡୀଗଡ: ଚଳିତ ବର୍ଷ କୃଷକମାନଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଗିରଫ ହୋଇଥିବା ୮୩ ବ୍ୟକ୍ତିଙ୍କ ପାଇଁ ପଞ୍ଜାବ ସରକାର ପ୍ରୋତ୍ସାହନା ରାଶି ଘୋଷଣା କରିଛନ୍ତି । ଏନେଇ ଟୁଇଟ କରି ପଞ୍ଜାବର ମୁଖ୍ୟମନ୍ତ୍ରୀ ଲେଖିଛନ୍ତି କୃଷି ଆଇନକୁ ବିରୋଧ କରିଥିବା କୃଷକଙ୍କ ପ୍ରତିବାଦକୁ ମୋ ସରକାର ସମର୍ଥନ କରୁଛି ବୋଲି ଘୋଷଣା କରିବା ସହ ଚଳିତବର୍ଷ ଜାନୁଆରି ୨୬ ତାରିଖ ଦିନ ରାଜଧାନୀରେ ଟ୍ରାକ୍ଟର ରାଲି କରିଥିବା ଘଟଣାରେ ଦିଲ୍ଲୀ ପୁଲିସଦ୍ୱାରା ଗିରଫ ହୋଇଥିବା ୮୩ଜଣଙ୍କୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନା ସହାୟତା ପ୍ରଦାନ କରିବାକୁ ଆମେ ସ୍ଥିର କରିଛୁ । କୃଷକମାନେ ଦଳ ଦଳ ହୋଇ ପୁଲିସ ଓ ନିରାପତ୍ତା ବଳଙ୍କ ସହ ସଂଘର୍ଷ କରିବାରୁ ସେଦିନ ଦିଲ୍ଲୀରେ ଗୋଳମାଳ ଓ ହିଂସାକାଣ୍ଡର ଅଭୂତପୂର୍ବ ଦୃଶ୍ୟ ଦେଖା ଯାଇଥିଲା । ଏଥିପାଇଁ ଅନେକଙ୍କୁ ପୁଲିସ ଗିରଫ କରିଥିଲା ।