ପଞ୍ଜାବ: ପଞ୍ଜାବ ସରକାର ମାଗଣା ବିଜୁଳି ଯୋଗାଇବା ନେଇ ପ୍ରତିଶ୍ରୁତି ନେଇ ସର୍କୁଲାର ଜାରି କରିଦେଇଛନ୍ତି । ଏହି ସର୍କୁଲାର ଅନ୍ତର୍ଗତ ପ୍ରତି ମାସ ୩୦୦ ୟୁନିଟ ବିଜୁଳି ଫ୍ରି ମିଳିବ । ଏହିପରି ଗୋଟିଏ ବିଲରେ ୬୦୦ ୟୁନିଟ ଫ୍ରି ଦିଆଯିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ପଞ୍ଜାବର ଭଗବନ୍ତ ମାନ ସରକାର ବିଧାନସଭା ନିର୍ବାଚନ ସମୟରେ ଆପ ସରକାର ଆସିଲେ ମାଗଣା ବିଜୁଳି ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଉ ଆଜି ଭଗବନ୍ତ ମାନ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି ।