ରେଳ ସମ୍ପତ୍ତି ନଷ୍ଟ ନ କରିବାକ ନିବେଦନ କଲେ ରେଳମନ୍ତ୍ରୀ
ଦେଶର ଅନେକ ସ୍ଥାନରେ ଟ୍ରେନରେ ନିଆଁ ଲଗାଇ ଦିଆଯିବା ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି…
ନୂଆଦିଲ୍ଲୀ : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୁବକ ମାନଙ୍କୁ ବିରୋଧ ପ୍ରଦର୍ଶନ ନ କରିବାକୁ ଏବଂ ରେଳ ସମ୍ପତି ନଷ୍ଟ ନ କରିବାକୁ ନିବେଦନ କରିଛନ୍ତି । ରେଳମନ୍ତ୍ରୀ କହିଛନ୍ତି ଯେ, ରେଳବାଇ ହେଉଛି ଦେଶର ସମ୍ପତି । ଏହା ଆପଣଙ୍କ ସେବା ପାଇଁ । ସାଧାରଣ ଲୋକଙ୍କ ସେବା ପାଇଁ ଏହା ନଷ୍ଟ ହେବା ଉଚିତ ନୁହେଁ । ଦେଶର ଅନେକ ସ୍ଥାନରେ ଟ୍ରେନରେ ନିଆଁ ଲଗାଇ ଦିଆଯିବା ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହା ଏକ ସମ୍ବେଦନଶୀଳ ସରକାର ଏବଂ ଏହା ଆପଣଙ୍କ କଥା ଶୁଣିବ । ଅଗ୍ନିପଥକୁ ବିରୋଧ କରି କେତେକ ରାଜନୈତିକ ଦଳର ପ୍ରୋତ୍ସାହନ ପାଇ ଉଦଭ୍ରାନ୍ତ ଯୁବକ ଟ୍ରେନ ଗୁଡ଼ିକରେ ନିଆଁ ଲଗାଇ ଦେବା ଫଳରେ ଦେଶର କୋଟି କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଛି ବୋଲି କହିଛନ୍ତି ।