ଡଲାର ଆଗରେ ଆହୁରି ଦୁର୍ବଳ ହେଲା ଟଙ୍କା

ଡଲାର ତୁଳନାରେ ଆହୁରି ଦୁର୍ବଳ ହେଲା ଟଙ୍କା । ପ୍ରଥମଥର ପାଇଁ

ନୂଆଦିଲ୍ଲୀ: ଡଲାର ତୁଳନାରେ ଆହୁରି ଦୁର୍ବଳ ହେଲା ଟଙ୍କା । ପ୍ରଥମଥର ପାଇଁ ଏକ ଡଲାରର ମୂଲ୍ୟ ୮୦ ଟଙ୍କାରେ ପହଞ୍ଚିଛି । ଏହା ଫଳରେ ଡଲାର ସୁଦୃଢ ହେଉଛି । ବିଶେଷଜ୍ଞଙ୍କ ଅନୁସାରେ, ଆଗକୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୧ ତଳକୁ ବି ଖସିଯାଇପାରେ । ତେବେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ସାଧାରଣ ଲୋକେ ଅଧିକ ପ୍ରଭାବିତ ହେବେ । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ଆମଦାନୀ ସାମଗ୍ରୀର ମୂଲ୍ୟ ବଢିବ । ଭାରତ ନିଜ ଆବଶ୍ୟକତାର ୮୦% ତୈଳ ବିଦେଶରୁ ଆମଦାନୀ କରିଥାଏ ଓ ଏଥିପାଇଁ ଡଲାର ଆକାରରେ ଟଙ୍କା ପୈଠ କରାଯାଏ । ଏଣୁ ଆଗକୁ ଦେଶରେ ପେଟ୍ରୋଲ, ଡିଜେଲ, ଗ୍ୟାସ ମୂଲ୍ୟ ମହଙ୍ଗା ହେବ ବୋଲି ଆକଳନ କରାଯାଉଛି ।